ବାତିଲ୍ ହେବ +୨ ପରୀକ୍ଷା !

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ, ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଓ ସଚିବଙ୍କ ସହ +୨ ପରିଷଦର ଅଧ୍ୟକ୍ଷ, ପରୀକ୍ଷାନିୟନ୍ତ୍ରକ ଉପସ୍ଥିତି ଥିବା ଶୁଣିବାକୁ ମିଳିଛି । ତେବେ ଯୁକ୍ତ ଦୁଇ ପରୀକ୍ଷା ନେଇ ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହା ଆସନ୍ତାକାଲି ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି । ତେବେ ୨୦୨୧-୨୨ ଯୁକ୍ତ ୨ ପରୀକ୍ଷା ବାତିଲ ହେଲା  ଏ ସମ୍ପର୍କରେ ଖୁଶୀଘ୍ର ଘେଶଷଣା କରାଯିବା ସହ ଫଳ ପ୍ରକାଶ ଲାଗି ବିକଳ୍ପ ବ୍ୟବସ୍ଥା +୨ ପରିଷଦ ପକ୍ଷରୁ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟରେ ଯୁକ୍ତ -୨ ପରୀକ୍ଷା ନେଇ କସରତ ଚଳାଇଛନ୍ତି ସରକାର । ଯୁକ୍ତ ୨ ପରୀକ୍ଷା ବାବଦରେ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି ।

ଏନେଇ ଆଜି ଭିଡିଓ କନଫରେନ୍ସିଂରେ ବିଚାରବିମର୍ଶ କରାଯାଇଛି । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ । ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ । ସେହିପରି +୨ ପରିଷଦ ପକ୍ଷରୁ କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଅପରପକ୍ଷେ ଯଦି ପରୀକ୍ଷା ବାତିଲ କରାଯାଏ ତେବେ +୩ ପ୍ରଥମବର୍ଷ ନାମଲେଖା କିପରି ହେବ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି । ସେହିପରି ଜେଇଇ, ନିଟ୍ ପରୀକ୍ଷାକୁ ନେଇ ଅଭିଭାବକ ଓ ପିଲାମାନେ ବିଚଳିତ ହୋଇପଡ଼ିଛନ୍ତି ।

ବିଶେଷକରି +୩ରେ ଅନର୍ସ ବା ସମ୍ମାନ ରଖିବାକୁ ଆଗ୍ରହୀ ଛାତ୍ରଛାତ୍ରୀ କିପରି ନିଜ ପସନ୍ଦର ଅନର୍ସ ସିଟ୍ ପାଇବେ ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଯଦି ପରୀକ୍ଷା ନହୁଏ ତେବେ କେଉଁ ଆଧାରରେ ମାକିଂ କରାଯିବ ତହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ +୨ ପ୍ରଥମ ବର୍ଷ ପରୀକ୍ଷା ଅନେକ କଲେଜରେ ହୋଇନଥିବା ବେଳେ ପ୍ରାୟ ୬୦% ପିଲାମଧ୍‌ୟ ପ୍ରଥମ ବର୍ଷ ପରୀକ୍ଷା ଦେଇନାହାଁନ୍ତି । ତେଣୁ ବିକଳ୍ପ ବ୍ୟବସ୍ଥା ଆପଣାଇବାରେ +୨ ପରିଷଦ ଆଣ୍ଠେଇବା ଏବେ ଠାରୁ ସ୍ପଷ୍ଟ ହୋଇଯାଇଛି ।

ପ୍ରକାଶଥାଉ କି, ୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ମେ’ ୧୮ରୁ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରୁ ହେବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । ରାଜ୍ୟରେ ୨୦୬୨ଟି ଜୁନିୟର କଲେଜ ରହିଛି । କଳା,ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢ଼େ ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । କରୋନା ଲାଗି ଚଳିତ ବର୍ଷର +୨ ପରୀକ୍ଷା ୭୦ ପ୍ରତିଶତ ପାଠ୍ୟକ୍ରମ ଆଧାରରେ କରିବାକୁ ନିଷ୍ପତ୍ତି ହୋଇଛି । କରୋନା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ସେହିପରି ଚଳିତ ବର୍ଷର +୨ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ଢାଞ୍ଚା ମଧ୍ୟ ବଦଳିଛି । ପ୍ରଶ୍ନପତ୍ରରେ ସମୁଦାୟ ମାର୍କର ୫୦ ପ୍ରତିଶତ ପ୍ରଶ୍ନ ମଲ୍ଟିପୁଲ୍ ଚଏସ୍‌, ୩୦ ପ୍ରତିଶତ ୨/୩ ମାର୍କ ସମ୍ବଳିତ ପ୍ରଶ୍ନ ଓ ୨୦ ପ୍ରତିଶତ ୫ ମାର୍କ ସମ୍ବଳିତ ପ୍ରଶ୍ନ ରହିବ ବୋଲି ନିଷ୍ପତ୍ତି ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *