ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର ପରିଣାମସ୍ୱରୂପ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାର ପ୍ରି-ବିଡିଂ ବୈଠକକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ଆସିଲେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି । କେନ୍ଦ୍ର ସରକାର ଟିକା ଯୋଗାଣ ନୀତି କୋହଳ କରିବା ପରେ ଗ୍ଲୋବାଲ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର । ବିଡିଂ ପ୍ରତି ଟିକା ଉତ୍ପାଦନକାରୀ କମ୍ପାନି ମାନେ ଆଗ୍ରହ ପ୍ରକାଶ କରିନାହାନ୍ତି ।

ଟିକା ଉତ୍ପାଦନକାରୀ ଯଥା ସେରମ୍ ଓ ଭାରତ ବାୟୋଟେକ୍ ରାଜ୍ୟ ପରିବର୍ତ୍ତେ ସିଧା ସଳଖ କେନ୍ଦ୍ର ସହ ଡିଲ୍ କରିବାକୁ ଚାହିଁଛନ୍ତି । ଏପରିକି ମଡର୍ଣ୍ଣା, ଫାଇଜର ଭଳି କଂପାନୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଁ ଅପେକ୍ଷାରେ ରହିଛନ୍ତି । କମ୍ପାନି ମାନେ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହିଁଥିବା ନବଦାସ ଚିଠିରେ ଉଲ୍ଲେଖ କରିଛନ୍ତି । ତୁରନ୍ତ ଏହାକୁ ନେଇ କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ନବଦାସ କହିଛନ୍ତି ।

ତେବେ ଖାଲି ଓଡିଶା ନୁହେଁ ବରଂ ପଞ୍ଜାବ ସରକାରଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଝଟକା ଲାଗିଛି । ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *