ଅଲଗା ହେଲା ‘ମିଶନ ଶକ୍ତି’ ବିଭାଗ, ପାଣ୍ଡିଆନଙ୍କ ପତ୍ନୀ ଧରିଲେ ମଙ୍ଗ

ଭୁବନେଶ୍ୱର : ଆଜିଠାରୁ ଓଡିଶାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ । ମିଶନ ଶକ୍ତି ବିଭାଗ ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି । ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଲୋକସେବା ଭବନରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ । ମିଶନ ଶକ୍ତି ଓଡିଶା ଜୀବିକା ମିଶନ ନୂଆ ବିଭାଗ ଅଧୀନରେ କାର୍ଯ୍ୟ କରିବ । ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଅଫିସ ମଧ୍ୟ ବିଭାଗ ଅଧୀନକୁ ଆସିବ । ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, ଭିତ୍ତିଭୂମି ନୂଆ ବିଭାଗରେ ରହିବ । ଟୁକୁନି ସାହୁ ନୂଆ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ସୁଜାତା ଆର କାର୍ତ୍ତିକେୟନଙ୍କୁ ନିଯୁକ୍ତ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ନୂଆ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *