କାଲିଠୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ସରକାରଙ୍କ ଅନୁମତି

ଭୁବନେଶ୍ୱର : କାଲିଠାରୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ଦେଇଛନ୍ତି ସରକାର । ସେହି ୩ ଜିଲ୍ଲା ଯଥା- ସୁନ୍ଦରଗଡ, ନୂଆପଡା ଓ ଗଜପତିରେ ନୂଆ ଗାଡି ପଞ୍ଜୀକରଣ ହୋଇପାରେ । ଏହି ୩ ଜିଲ୍ଲାରେ ଲକଡାଉନ୍ କୋହଳ ହୋଇଥିବାରୁ ଅନୁମତି ମିଳିଛି । କିନ୍ତୁ ଅନ୍ୟ ଜିଲ୍ଲାରେ ଗାଡି ସୋ’ରୁମ ଖୋଲିପାରିବନି ବି ପଞ୍ଜୀକରଣ ହେବନି । ନୂଆ ଗାଡି ପଞ୍ଜୀକରଣ ନେଇ ୩ ଜିଲ୍ଲାର ୪ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ କମିସନର । ତେବେ ଓଡିଶାରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସଂକ୍ରମଣ କମିଥିବା ୩ ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ ଲକଡାଉନ୍ କଟକଣା କୋହଳ କରାଯାଇଛି । ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହି ଜିଲ୍ଲାଗୁଡିକରେ ସେଲୁନ୍‌, ପାର୍ଲର ଓ ମଲକୁ ଛାଡି ସବୁ ଦୋକାନ ଖୋଲା ରହିବ । ୩ ଜିଲ୍ଲାରେ ସଂକ୍ରମଣ ବଢିଲେ ପୁଣି କଟକଣା ଲାଗୁ ହେବ । ୩ ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *