ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପୁଣି ୟୁଏଇରେ ଖେଳାଯିବ ଆଇପିଏଲ୍
ନୂଆଦିଲ୍ଲୀ : ବିଦେଶରେ ଦେଖିବାକୁ ମିଳିବ ଆଇପିଏଲର ଟକ୍କର । UAEରେ ଖେଳାଯିବ ଚଳିତବର୍ଷର ବାକି ଆଇପିଏଲ ମ୍ୟାଚ୍ । ଏ ନେଇ ଆଜି ବିସିସିଆଇର ସ୍ୱତନ୍ତ୍ର ସାଧରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଇପିଏଲର ବାକିଥିବା ୩୧ଟି ମ୍ୟାଚ୍ UAEରେ ଖେଳାଯିବ । ତେବେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବା ନେଇ ଆଜି କୌଣସି ନିଷ୍ପତ୍ତି ନିଆଇପାରିନି । ଏ ନେଇ ଆଇସିସିକୁ ଅଧିକ ସମୟ ମାଗିବ ବିସିସିଆଇ । ଅକ୍ଟୋବରରୁ ନଭେମ୍ବର ମାସରେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବାକୁ ଥିବାବେଳେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।
କରୋନା ଓ ପାଗ ଖରାପ ପାଇଁ ଭାରତରେ ମ୍ୟାଚ୍ ହେବା ନେଇ ଆଶଙ୍କା ଦେଖାଦେଇଛି । ଭାରତରେ ଟି-୨୦ ମ୍ୟାଚ୍ ନ ହେଲେ UAEରେ ମ୍ୟାଚ୍ ହେବା ନେଇ ଆଶାବାଦୀ ରହିଛି ବିସିସିଆଇ । ଆଜି ବସିଥିବା ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନର ପରିସ୍ଥିତିରେ ଆଇପିଏଲ୍କୁ ଦେଶ ବାହାରେ ଆୟୋଜନ କରାଯାଉଥିଲେ ହେଁ, ଆଗାମୀ ଦିନରେ ଦେଶରେ ଟି-୧୦ ବିଶ୍ୱକପ୍ ଆୟୋଜନ କରାଯିବାକୁ ନେଇ ଆଶାବାଦୀ ଅଛି ବିସିସିଆଇ ।
ଏଥିସହିତ ଏ ଦିଗରେ ଚୂଡ଼ାନ୍ତ ପଦକ୍ଷେପ ନେବା ନେଇ ଆଇସିସି ଜୁଲାଇ ପ୍ରଥମ ସପ୍ତାହ ଯାଏଁ ଅପେକ୍ଷା କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ସୂଚନା ଯୋଗ୍ୟ ଚଳିତ ବର୍ଷ ଆଇପିଏଲ୍ର ୨୯ଟି ମ୍ୟାଚ୍ ଖେଳାଯବା ପରେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।