ବରିଷ୍ଠ ସାମ୍ୱାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ । ୮୧ ବର୍ଷ ବୟସରେ ତାଙ୍କର ପରେଲାକ ଘଟିଛି । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇେସୋଲେସନରେ ଥିଲେ  । ୩ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଓଡିଶା ସମ୍ବାଦିକତା କ୍ଷେତ୍ରରେ ୫ ଦଶନ୍ଧୀ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ ସାମ୍ବାଦିକଙ୍କ ମହଲରେ ପରିଚିତ ବସନ୍ତ ଭାଇ। ଓଡିଶା ରାଜନୀତି ଓ ସମ୍ବାଦିକତାକୁ ନେଇ ଅନେକ ବହି ମଧ୍ୟ ଲେଖିଛନ୍ତି ସେ । ‘ଜେ ଦେଶ ଯାଇ ସେ ଫଲ୍ ଖାଏ’ ପୁସ୍ତକ ତାଙ୍କରି ଅବଦାନ । ଏଥିପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଅମ୍ରିତ ବଜାର ପତ୍ରିକାର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୯୬ରେ ଅବସର ନେଇଥିଲେ । ୧୯୬୫ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ ସ୍ବର୍ଗତ ବସନ୍ତ ଦାସ । ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳର ନେତା ବସନ୍ତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । 

ଅପରପକ୍ଷରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ତାଙ୍କ ଶୋକବାର୍ତାରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତି ରେ  ସକ୍ରିୟ ରହିଥିଲେ। ।ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ  ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ  ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *