ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା

ଭୁବନେଶ୍ୱର : ବାତ୍ୟା ୟଶ୍ ପରେ ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି । ଜାମଶୋଳାଘାଟ ଠାରେ ବିପଦ ସଂକେତ ସୁବର୍ଣ୍ଣରେଖା ଟପିଛି । ସେଠାରେ ବିପଦ ସଂକେତ ୪୯.୧୬ ମିଟର ରହିଥିବା ବେଳେ ବର୍ତ୍ତମାନ ରହିଛି ୫୦.୮୮ ମିଟର୍ ରହିଛି । ଝାଡଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଡିହି ବ୍ୟାରେଜ୍ ଖୋଲିଛି । ଆଉ ସେହି ଗାଲୁଡିହି ବ୍ୟାରେଜ୍ ଖୋଲିବା ପରେ ସୁବର୍ଣ୍ଣରେଖା ବିପଦ ସଂକେତ ଡେଇଁଛି । ତେବେ ଏହାକୁ ଏନେଇ ଏସଆରସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେହିପରି ବାଲେଶ୍ୱରରେ ମଧ୍ୟ ବାତ୍ୟା ପରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ଗାଁରେ ପାଣି ପଶିବା ସହିତ ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସରକାର ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ୍ ର ବ୍ୟବସ୍ଥା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *