ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱର: ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର। ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ  ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଥିଲେ, ବାତ୍ୟା କ୍ଷତିଗ୍ରସ୍ତ ଏରିଆ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ସରକାର ଘୋଷଣା କରିବେ।  ‘ୟସା’ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ତୁରନ୍ତ କିଛି ସହାୟତା ମାଗି ନାହିଁ । ତେବେ, ବାତ୍ୟା ଜନିତ ହେଉଥିବା କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ପାଇଁ ଭିତ୍ତିଭୂମି ସୁଦୃଢ କରିବାକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ।

ବର୍ତମାନ ରାଜ୍ୟ ନିଜ ସମ୍ବଳରେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତର ଭରଣା କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ରାଜ୍ୟରେ ୪୮୦ କିମି ସମୁଦ୍ର ଉପକୂଳ ଥିଲେ ଅଧ୍ୟ ବାତ୍ୟା ଆସିଲେ ୧୬୦୦ କିମିରୁ ଅଧିକ ଉପକୂଳ ଅଞ୍ଚଳ ପ୍ରତି ବିପଦ ରହୁଛି । ତେଣୁ, ବିଭିନ୍ନ ସମୟରେ ଆସୁଥିବା ବାତ୍ୟାରେ ଯେଭଳି ବିଦ୍ୟୁତ, ଟେଲିକମ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ନହୁଏ ତାହା ଦୃଷ୍ଟିରେ ରଖି ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ ମାଧ୍ୟମରେ ଅତ୍ୟନ୍ତ ସୁଦୃଢ ଭିତ୍ତିଭୂମି ନିର୍ମାଣରେ କେନ୍ଦ୍ର ସରକାର ସହଯୋଗ କରନ୍ତୁ ବୋଲି ରାଜ୍ୟ ସରକାର ଦାବି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାରଙ୍କ ଦାବୀ ଶୁଣିବା ପରେ ଭିତ୍ତିଭୂମି ଅତ୍ୟାଧୁନିକ ଓ ସୁଦୃଢ କରିବା ପାଇଁ ବିଭିନ୍ନ ସମୟରେ ଆର୍ଥିକ ସହାୟତା ଦିଆଯାଉଛି ବୋଲି କହିଥିଲେ । ସେ ବାତ୍ୟା କ୍ଷତିଗ୍ରସ୍ତ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବା ପରେ ରାଜ୍ୟ ପାଇଁ ସହାୟତା ଘୋଷଣା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏଠାରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ପରିମାଣ ୫୦୦ କୋଟି ଟଙ୍କାରୁ କମ୍ ହେବ ନାହିଁ ବୋଲି ମନ୍ତ୍ରୀ ଷଡଙ୍ଗୀ ଆଶ୍ବସ୍ତ କରିଥିଲେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ପରେ ‘ୟସା’ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଚାଲିଛି । ସାତ ଦିନ ମଧ୍ୟରେ କ୍ଷତିର ପରିମାଣ ଆକଳନ ସରିବ ଏବଂ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଜେନା କହିଛନ୍ତି । ଜେନା ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବାତ୍ୟା ଜନିତ କ୍ଷୟକ୍ଷତିର ଚିତ୍ର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ଆନ୍ତର୍ଜ୍ୟାତିକ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନବନ୍ଦରରେ ଉପସ୍ଥିତ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ ପୁଲିସ ଡିଜି ଅଭୟ ପ୍ରମୁଖ ତାଙ୍କୁ ସ୍ବାଗତ ସମ୍ଭାଷଣ ଜଣାଇ ଥିଲେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସମୀକ୍ଷା ବୈଠକ ସ୍ଥଳକୁ ପାଛୋଟି ନେଇଥିଲେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ଏକ ୮ ମିନିଟର ଭିଡିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇ ଥିଲେ । ଏହି ବାତ୍ୟା କେତେଦୂର ଭୟାନକ ଥିଲା ତାହା ପ୍ରଧାନମନ୍ତ୍ରୀ ଭିଡିଓରେ ଦେଖିବା ପରେ ପ୍ରତ୍ୟକ୍ଷ ଭାବେ ବାତ୍ୟା କ୍ଷୟକ୍ଷତି ଆକାଶମାର୍ଗରୁ ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ବତ୍ୟାଞ୍ଚଳ ଗସ୍ତ ସାରି ଏଠାରୁ ପଶ୍ଚିମ ବଙ୍ଗ ଯାଇଥିଲେ । ମେଦିନାପୁର ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତିକୁ ସେ ଅନୁଧ୍ୟାନ କରିବା ପରେ ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିବା ପରେ ବତ୍ୟାଞ୍ଚଳ ପାଇଁ କେନ୍ଦ୍ରୀୟ ସହାୟତା ବା ପ୍ୟାକେଜ ଘୋଷଣା କରିବେ ବୋଲି ଆଶା ଥିଲା । ତେବେ, ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆଡୁ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ତ୍ୱରିତ ସହାୟତା ଘୋଷଣା କରାଯାଇଛି । ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା ହୋଇଛି । ତେବେ, ବାତ୍ୟା କ୍ଷୟକ୍ଷତି ଆକଳନ ହୋଇ ସେହି ଅନୁସାରେ ସହାୟତା ଦିଆଯିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *