ସରିଲା ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା

ଭୁବନେଶ୍ବର: ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ର କହିଛନ୍ତି ଯେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟାସ । ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଉପକୂଳ ଜିଲାଗୁଡ଼ିକରେ ଦେଖିବାକୁ ମିଳିଥିଲା। ଆଜି ବାତ୍ୟା ୟାସ ପ୍ରଭାବରେ ସାମ୍ରୁଦିକ ଜୁଆର ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଠିଥିଲା। ବର୍ତ୍ତମାନ ସାମୁଦ୍ରିକ ଜୁଆର କମିଛି, ଏବେ ୨ ମିଟର ପର୍ଯ୍ୟନ୍ତ ଉଠିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ର କହିଛନ୍ତି। ଆଜି ଠିକ୍‌ ସକାଳ ୯ଟା ବେଳେ ଧାମରା ଠାରେ ପହଞ୍ଚି ଥିଲା  ବାତ୍ୟା ୟାସ। ଏହା ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ କରିଥିଲା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଥିଲା। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି। ବାତ୍ୟା ୟସ୍ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସୁନ୍ଦରଗଡ଼ ଜିଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଞ୍ଚଳରେ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *