ଗାଁକୁ ମାଡ଼ି ଆସିଲା ସମୁଦ୍ର ଜଳ, ଧୋଇନେଲା କୁଡ଼ିଆ

ବାଲେଶ୍ୱର : ୟଶ ରଚିଲା ତାଣ୍ଡବ । ୧୫୦ କିମି ବେଗରେ ବୋହିଲା ପବନ । ଭାଙ୍ଗିଦେଲା କେତେ କଚ୍ଚା ଘର। ଗଛ ଡାଳ, ଚାଳ ଆଦି ଉଡ଼ାଇନେଲା । ଖାଲି ସେତିକି ନୁହେଁ ୟଶ ପ୍ରକୋପରେ ଗାଁକୁ ମାଡ଼ି ଆସିଲା ସମୁଦ୍ର ପାଣି । ଏଭଳି ତାଣ୍ଡବ ରଚିଛି ୟଶ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକୋପ ପ୍ରାୟ ୩-୪ ଘଣ୍ଟା ରହିବା ପରେ ସାମାନ୍ୟ ଥମିଥିଲା ଝଡ଼ପବନ। ଠିକ୍ ଏହା ପରେ ପରେ ଉଦ୍ଧାର କାର୍ଯ୍ୟ ସମେତ ରିଲିଫ୍ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏଭଳି ବାତ୍ୟା ପରବର୍ତ୍ତୀ ଆଉ ପଦକ୍ଷେପ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବୁଧବାର ପୂର୍ବାହ୍ଣ ପ୍ରାୟ ୯ଟାରୁ ବାତ୍ୟା ୟଶ ଲ୍ୟାଣ୍ଡଫଲ୍ କରିବା ଆରମ୍ଭ କରିଦେଇଥିଲା । ଆଉ ଏହାର ତାଣ୍ଡବ ଲାଗି ରହିଥିଲା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତି । ପରେ ଏହା ସ୍ଥଳଭାଗରେ ଉତ୍ତର ଓଡ଼ିଶା ସମେତ ଝାଡ଼ଖଣ୍ଡ ପାଇଁ ହାଇ ଆଲର୍ଟ ଜାରି କରାଯାଇଥିଲା । ସମ୍ପୃକ୍ତ ରାଜ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ୟ ଜୋରଦାର କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *