ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ୟାସ୍’

ବାଲେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଶଙ୍କା ଜାରି ରହିଛି । ତେବେ ୟାସ୍ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳୁ ବାତ୍ୟାର ଲ୍ୟାଣ୍ଡଫଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ବେଳକୁ ବେଳ ବାତ୍ୟା ନିକଟତର ହେଉଥିବାରୁ ଏହାର ଆଖି ଦୃଶ୍ୟମାନ ହେଇଥିବା ଜଣାପଡ଼ିଛି । ତେବେ ସାମୁଦ୍ରିକ ଝଡ଼ ୟାସ୍ ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଥିବା ଜଣାପଡ଼ିଛି ।

ତେବେ ବାତ୍ୟାର ପ୍ରକୋପରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଜୁଆର ୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ମାଡ଼ି ଆସିବାର ଭୟ ରହିଛି । ବର୍ତ୍ତମାନ ବାତ୍ୟା ବଙ୍ଗୋପସାଗରରୁ ଶକ୍ତି ସଞ୍ଚୟ କରି ଆଗକୁ ଗତି କରୁଛି । ପ୍ରବଳ ପବନର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ିବା ସହ, ଆଜବେଷ୍ଟସ୍ ଘର, ପୁରୁଣା କୋଠା ଭାଙ୍ଗିବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଦାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ଜଣାପଡ଼ିଛି ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *