ଭି.କେ. ପାଣ୍ଡିଆନଙ୍କୁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ

ଭୁବନେଶ୍ୱର : ଓଡ଼ିଶାରେ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ IAS ଭି.କେ. ପାଣ୍ଡିଆନଙ୍କୁ ମିଳିଛି FIH ପ୍ରେସିଡେଣ୍ଟସ ଆୱାର୍ଡ । ୪୭ ତମ FIH କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କୁ ମିଳିଛି ଏହି ପୁରସ୍କାର । ଭର୍ଚୁଆଲରେ ଆୟୋଜନ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ. ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି । ତେବେ ଭାରତୀୟ ହକି ଦଳର ପ୍ରୟୋଜକ ଭାବେ ଓଡିଶା ଥିବା ବେଳେ, ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି । ସେହିଭଳି ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ମଧ୍ୟ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ହକି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛି ଓଡିଶା ।

https://twitter.com/TheHockeyIndia/status/1396076017580613633?s=20

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *