ଭୁବନେଶ୍ୱରରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର: କ୍ରାଇମ ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ସହିଦ ନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଚାରିଟି ବନ୍ଧୁକ ଜବତ କରିଛି। କୁଖ୍ୟାତ ଅପରାଧୀ ସଞ୍ଜୟ କୁମାର ସାହୁ ବେଆଇନ ଅସ୍ତ୍ରଶସ୍ତ୍ର କିଣା ବିକା କରୁଥିବାର ଗୁଇନ୍ଦା ତଥ୍ୟ ଆଧାରରେ କମିଶନରେଟ୍ ପୋଲିସ୍ ସହାୟତାରେ ଏସଟିଏଫ୍ ର ଏକ ଟିମ୍ ଅଭିଯୁକ୍ତକୁ ଧରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ମାଗାଜିନ, ଗୋଟିଏ ରିଭଲଭର, ଦୁଇଟି ଏସବିଏମଏଲ ବନ୍ଧୁକ ଏବଂ ଏକ ୯ ମିମି ପିସ୍ତଲ ଏବଂ ଗୁଳି ଜବତ କରିଛି ପୋଲିସ । ଏହି ଘଟଣାରେ ସହିଦ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ୩୧ ଟି ଅସ୍ତ୍ରଶସ୍ତ୍ର ଏବଂ ୬୯ ଟି ଗୁଳି ଜବତ କରିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *