୭ ରାଜ୍ୟରେ ୧୦ ହଜାର ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ଶଢୁଛି ସାରା ଦେଶ । ଏଥିପାଇଁ ସମସ୍ତ ସତର୍କତା ଓ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି । କିନ୍ତୁ ଦେଶରେ କମୁନି ସଂକ୍ରମଣ ହାର । ଏପରିକି କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଡ଼ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସେହିପରି ଆଉକେତେକ ରାଜ୍ୟର ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ବଡ଼ ସଂକଟଜନକ ସ୍ଥିତି ଉପୁଜିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଜାରି କରିଥିବା ତଥ୍ୟ ଅନୁସାରେ ୭ ରାଜ୍ୟରେ ପ୍ରତିଦିନ ୧୦ହଜାରରୁ ଅଧିକ ନୂଆ ରିପୋର୍ଟ ଦେଖାଯାଉଛି । ସେହିପରି ୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି ।

ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶର ୯୩ ଜିଲ୍ଲାରେ କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ କମ ହେବା ସହିତ ପଜିଟିଭିଟି ହାର କମିବାରେ ଲାଗିଛି । ଦେଶରେ ପଜିଟିଭିଟି ରେଟ୍ ୨୦ ପ୍ରତିଶତ ତଳକୁ ଖସିଛି । ଟେଷ୍ଟିଂ ଫଳାଫଳ ମଧ୍ୟ ଭଲ ରହିଛି । କିନ୍ତୁ ତାମିଲନାଡୁରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗାଁ ଗୁଡ଼ିକରେ କରୋନାର ଦ୍ୱିତୀୟ ଲହର ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଭାରତରେ ଶନିବାର ୨.୫୭ ଲକ୍ଷ କରୋନା ଆକ୍ରାନ୍ତ ସଂଖ୍ୟା ସାମ୍ନାକୁ ଆସିଛି ଏବଂ ୨୪ ଘଣ୍ଟାରେ ୪୧୯୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *