କୋଭିଡ୍‌ ଡାକ୍ତରଖାନାରୁ ଚମ୍ପଟ୍ ମାରିଲେ ସଂକ୍ରମିିତ

ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଗତ ଏପ୍ରିଲ୍‌ ୬ ତାରିଖ ଠାରୁ କୋଭିଡ୍‌ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । କିନ୍ତୁ ଗତକାଲି ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି । ଏ ସମ୍ପକରେ ସୂଚନା ଦେଇଛନ୍ତି ଚାନ୍ଦପୁର କୋଭିଡ୍‌ ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ ଚିନ୍ନାରା । ସୂଚନା ଅନୁଯାୟୀ ଖୋର୍ଦ୍ଧ । ଜିଲ୍ଲ । ବାଣପୁର ଗମ୍ଭାରୀମୁଣ୍ଡାର ପ୍ରଦୀପ୍ତ ଶତପଥି ନାମକ ଜଣେ କରୋନା ସଂକ୍ରମିତ ରୋଗୀ ଚାନ୍ଦପୁର କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମେ ୨୦ ତାରିଖ ମଧ୍ୟାହ୍ନ ସମୟରୁ ସେ କେଉଁ ଆଡେ ଫେରାର୍‌ ହୋଇଯାଇଥିଲେ । ତେଣୁ କୋଭିଡ୍‌ ଡାକ୍ତରଖାନା ତରଫରୁ ପ୍ରଦୀପ୍ତଙ୍କ ଫେରାର୍‌ ଘଟଣା ସମ୍ପର୍କରେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିବା କହିଛନ୍ତିାଅପରପକ୍ଷେ ପ୍ରଦୀପ୍ତ ଶତପଥିଙ୍କ ପରିବାର ଚାନ୍ଦପୁର ଆସି ଖୋଜା ଖୋଜି କରୁଥିବା ଡାକ୍ତର ଚିନ୍ନାରା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *