ଝାରପଡା ଜେଲରେ ୯୬ କଏଦୀ କରୋନ ପଜିଟିଭ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଓଡିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି । ଏହି ସମୟରେ ବିଭିନ୍ନ ଜେଲ ରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର କରିଥିବା ଜଣାପଡିଛି । ଏହି କ୍ରମରେ ଭୁବନେଶ୍ୱର ଝାରପଡ଼ା ଜେଲ୍ ରେ ୯୬ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୧୯୫ ଜଣଙ୍କ ସାମ୍ପଲ୍ ପରୀକ୍ଷା ପଶିଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସଂକ୍ରମିତଙ୍କ ମଧ୍ୟରେ କଏଦୀ ଏବଂ ଷ୍ଟାଫ୍ ମଧ୍ୟ ରହିଛନ୍ତି । ଏହାପରେ ଜେଲ୍ କର୍ତ୍ତୃପକ୍ଷ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସେମାନଙ୍କ ଠାରୁ କିପରି ପୃଥକ୍ ରଖାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି । ତେବେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢ଼ାଯାଉଥିବାରୁ ସଂକ୍ରମିତ ମଧ୍ୟ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *