ଓଡ଼ିଶା ସାହିତ୍ୟ ଏକାଡେମୀ ନୂଆ ସଭାପତି ହୃଷିକେଶ ମଲ୍ଲିକ  

ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂଆ ସଭାପତି 
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୋଇଛନ୍ତି  ବିଶିଷ୍ଟ ସାହିତ୍ୟିକ ଡ. ହୃଷିକେଶ ମଲ୍ଲିକ । ସେହିପରି ବିଶିଷ୍ଟ ଓଡ଼ିଶା ନୃତ୍ୟଙ୍ଗନା ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂଆ ସଭାପତି ହୋଇଛନ୍ତି । ଗୁରୁବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ମନୋନୟନ କମିଟିର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚାରି ଏକାଡେମୀର ବିଭିନ୍ନ ପଦବୀରେ ନାମକୁ ଏନେଇ ସୁପାରିଶ କରିଥିଲେ । ସେହି ଆଧାରରେ ସରକାର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ଉପସଭାପତି  ସଂଗ୍ରାମ ଜେନା ଓ ଓକାକ୍‌ରେ କାର୍ଯ୍ୟରତ ଓଏଏସ୍ ଅଧିକାରୀ ପ୍ରବୋଧ କୁମାର ରାଉତ ନୂଆ ସଚିବ କାର୍ଯ୍ୟ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଓ ସଚିବ ପଦବୀରେ ନିଯୁକ୍ତି ଦିଆ ଯାଇଛ । ନୂଆ ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀ ଏବଂ ସଚିବ ଭାବେ ମନ୍ମଥ କୁମାର ଶତପଥି ନିଯୁକ୍ତି ହୋଇଛନ୍ତି । ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ଓ ସଚିବ ପଦବୀ ପାଇଁ ଯଥାକ୍ରମେ ଶ୍ରୀନିବାସ ପଢ଼ିହାରୀ ଓ ପଞ୍ଚାନନ ସାମଲ ନିଯୁକ୍ତି ପାଇଥିଲାବେଳେ ଓଡ଼ିଶା ଉର୍ଦୁ ଏକାଡେମୀର ନୂଆ ସଚିବ ହୋଇଛନ୍ତି ଡ. ସୟଦ ମୁସୀର ଆଲାମ୍ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *