ଓଡିଶାରେ ବ୍ଲାକ ଫଙ୍ଗସକୁ ‘ମହାମାରୀ’ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ବ୍ଲାକ୍ ଫଙ୍ଗସକୁ କେନ୍ଦ୍ର ପକ୍ଷରୁ ମହାମାରୀ ଘୋଷଣା କରାଯିବା ପରେ ସମସ୍ତ ରାଜ୍ୟକୁ ଏନେଇ ଆଡଭାଇଜରୀ ଜାରି କରାଯାଇଥିଲା । ବିଭିନ୍ନ ରାଜ୍ୟରେ ଏହି ସଂକ୍ରମଣ ଜନିତ ଆକ୍ରାନ୍ତ ଚିହ୍ନଟ ହେବାପରେ କେନ୍ଦ୍ର ପକ୍ଷରୁ ଏନେଇ ନିଷ୍ପତି ନିଆଯାଇଥିଲା । ଦିନକୁ ଦିନ ଏହା ମଧ୍ୟ କରୋନା ଭଳି ମାରାତ୍ମକ ହେଉଥିବା ବେଳେ ଏହା କୋଭିଡ୍ ରୁ ସୁସ୍ଥ ହେବାପରେ ଶରୀରରେ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ଡାଇବେଟିସ୍ ଓ କୋଭିଡ୍ ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଅପରପକ୍ଷରେ ଆଖି, ସ୍ନାୟୁ ଓ ଦନ୍ତ ଚିକିତ୍ସକଙ୍କ ମିଳିତ ପ୍ରୟାସ ଆବଶ୍ୟକ ହୁଏ । ବିଶେଷ କରି ଏହି ସଂକ୍ରମଣ କୋଭିଡ୍ ରୁ ସୁସ୍ଥ ହେବା ପରେ ହୋଇଥାଏ । ଏହାର ମୁଖ୍ୟ କେତୋଟି ଲକ୍ଷଣ ହେଉଛି; ଠିକ୍ ଭାବେ ଦେଖା ନଯିବା, ଛାତିରେ ଯନ୍ତ୍ରଣା ହେବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଏବଂ ନାକ ଲାଲ ପଡିଯିବା ଇତ୍ୟାଦି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *