ଦିଅରର ବାହାଘରରେ ଭାଉଜର ଆତ୍ମହତ୍ୟା

ଭଞ୍ଜନଗର : ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ବିବାହିତାଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ତାରାସିଂ ଥାନା ଅନ୍ତର୍ଗତ ଢେପସାହି ଗାଁରେ ଘଟିଛି ଏଭଳି ଅଘଟଣା । ମୃତ ମହିଳା ଜଣକ ସେହି ଗାଁର ସନ୍ୟାସୀ ଗୌଡ଼ଙ୍କ ସ୍ତ୍ରୀ ସୁନିତା ଗୌଡ଼ (୨୭) । ସନ୍ୟାସୀ ସୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ସମେତ ୮ବର୍ଷ ଓ ୩ ବର୍ଷ ବୟସର ଦୁଇ ପୁଅ ଗାଁରେ ରହନ୍ତି । ତେବେ ସୂଚନା ଅନୁସାରେ ଗତ ବୁଧବାର ସୁନିତାଙ୍କ ଦିଅରର ବାହାଘର ହେଉଥିବା ବେଳେ ପାରିବାରିକ ଅଶାନ୍ତିକୁ କେନ୍ଦ୍ରକରି ଘରଭିତରେ ଫ୍ୟାନ୍‌ରେ ରଶି ଲଗାଇ ସୁନିତା ଆତ୍ମହତ୍ୟା କରିଦେଇଥିଲେ ।

ଶାଶୂଘର ଲୋକେ ଦେଉଥିବା ନିର୍ଯାତନା ଅସହ୍ୟ ହେବାରୁ ଝିଅ ଆତ୍ମହତ୍ୟା କରିଥିବା ନେଇ ଚାକୁଣ୍ଡାପଲ୍ଲୀ ଗ୍ରାମର ମୃତ ମହିଳାଙ୍କ ବାପା ମୋଚିରାମ ଗୌଡ଼ ତାରାସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ପହଞ୍ଚି ଶବ ଜବତ କରିବା ସହ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦେଇଥିଲେ । ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *