ଜୁଲାଇରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)  ଦଶମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ । ମଙ୍ଗଳବାର ସିବିଏସଇ ଏ ନେଇ ନୋଟିସ୍‌ ଜାରି କରିଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍କ ସବମିଟ୍‌ ଅନ୍ତିମ ତିଥି ସମ୍ପ୍ରସାରଣ କରିଛନ୍ତି । ସିବିଏସଇଙ୍କ ନୂଆ ସିଡ୍ୟୁଲ ଅନୁସାରେ ମେ ୨୦ ତାରିଖରୁ ପୋର୍ଟାଲ ଉପଲବ୍ଧ ହେବ । ମାର୍କ ସବମିଟ୍‌ ଲାଗି ଶେଷ ତାରିଖ ୩୦ ଜୁନ ୨୦୨୧ନିର୍ଦ୍ଧାରିତ ହୋଇଛି । ପୂର୍ବରୁ ଜୁନ୍‌ ତୃତୀୟ ସପ୍ତାହରେ ଦଶମ ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ସାନମ୍‌ ଭରଦ୍ୱାଜ କହିଥିଲେ ।

ମାତ୍ର ଏବେ ସିବିଏସଇ ଦଶମ ମାର୍କ ଅପଲୋଡ୍‌ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଦଶମ ମାର୍କ ଟାବୁଲେସନ ପ୍ରକ୍ରିୟା ଜୁନ୍‌ ୩୦ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସିବିଏସ୍‌ଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫଳରେ ମାର୍କିଂ ପ୍ରକ୍ରିୟା ବିଳମ୍ବ ହେବା ସହିତ ପିଲାଙ୍କ ଫଳ ମଧ୍ୟ ବିଳମ୍ବରେ ପ୍ରକାଶ ପାଇବ । ଜୁଲାଇରେ ଫଳ ପ୍ରକାଶ ପାଇବାରେ ବୋଲି ଆଶା କରାଯାଉଛି । କରୋନାର ସଂକ୍ରମଣ ସ୍ଥିତି ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା କୁହାଯାଇଛି । ବୋର୍ଡ ଦର୍ଶାଇଛି ଯେ ସ୍କୁଲ କର୍ତ୍ତୃପକ୍ଷଙ୍କ ଲାଗି ମାର୍କ ଅପଲୋଡ୍‌ ପାଇଁ ପୋର୍ଟାଲ ମେ’ ୨୦ ତାରିଖରୁ ଉପଲବ୍ଧ ହେବ । ସେହିପରି ସ୍କୁଲ କର୍ତ୍ତୃପକ୍ଷ ଜୁନ୍‌ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ କରିବେ । ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ମାର୍କ ଜୁନ୍‌ ୩୦ ମଧ୍ୟରେ ଅପଲୋଡ୍‌ କରିବା ଲାଗି ବୋର୍ଡ ସ୍କୁଲଗୁଡ଼ିକ ନିର୍ଦ୍ଦେଶ ଦେଇଛି । ଏଥିଲାଗି ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *