ଏଣିକି ଘରୋଇ ହସ୍ପିଟାଲ ଦେଇପାରିବେ ଟିକା

ଭୁବନେଶ୍ୱର : ଦେଶରେ ଜାରି ରହିଛି କରୋନା ଭାଇରସର ଭୟାବହତା । ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ବ୍ୟାପକ ରୂପରେ କରାଯାଉଛି ଟିକାକରଣ । ତେବେ ଓଡ଼ିଶା ସରକାର ଟିକାକରଣକୁ ବ୍ୟାପକ କରିବା ସହ ରାଜ୍ୟରେ ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କୁ ମାଗଣାରେ ଟିକା ଦେବାପାଇଁ ଘୋଷଣା କରିଥିଲେ । ଉଭୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଟିକାକରଣ ହେବା ନେଇ ଘୋଷଣା କରିଥିଲେ । ବେସରକାରୀ ହସ୍ପିଟାଲମାନଙ୍କୁ କେବଳ ୧୦୦ ଟଙ୍କା ସର୍ଭିସ ଚାର୍ଜରେ ଟିକା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଟିକାର ଅଭାବ ଏବଂ କୋୱିନ ଆପରେ ସ୍ଲଟ ବୁକିଂ ସମ୍ଭବ ହେଉନଥିବା କାରଣରୁ ବେସରକାରୀ ହସ୍ପିଟାଲରେ ଟିକାକରଣ ହେ।ଇପାରୁନଥିଲା । ତେବେ ଆଜି ଅତିରିକ୍ତ ଶାସନ ସଚିବ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ହସ୍ପିଟାଲମାନେ ନିଜେ ଟିକା କିଣି ଲୋକଙ୍କୁ ଧାର୍ଯ୍ୟ ଦରରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୋୱିନ ଆପ୍ ଜରିଆରେ ସ୍ଲଟ ବୁକିଂ କରି ଟିକାକରଣ କରିବାକୁ ନିର୍ଦ୍ଦେଶ ଦେବା ସହ କୌଣସି ଘରୋଇ ହସ୍ପିଟାଲ ଅଫଲାଇନରେ ଟିକା ନଦେବାକୁ କୁହାଯାଇଛି ।

ଟିକାକରଣ ପୂର୍ବରୁ ଘରୋଇ ହସ୍ପିଟାଲ ଟିକାର ଦର କୋୱିନ ଆପରେ ଦେବେ । ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ଘରୋଇ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆଜି ରାଜ୍ୟ ସରକାର ଡ୍ରାଇଭ ଇନ ଏବଂ ଘରେ ପହଞ୍ଚି ଟିକାକରଣକୁ ମନା କରିଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଚିଠି । ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନଥିବା କହିଛନ୍ତି । ଗାଇଡଲାଇନ ଅନୁସାରେ ଯଥେଷ୍ଟ ୱେଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି । ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବା ନିୟମ ମଧ୍ୟ ରହିଛି ମାତ୍ର ଡ୍ରାଇଭ ଇନ ଏବଂ ଡୋର ଷ୍ଟେପରେ ଏସବୁ ପାଳନ ହେବା କଷ୍ଟକର । ଏହା ଫଳରେ ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କହିଲେ ସ୍ୱାସ୍ଥ୍ୟ ବିଭାଗ ଏସସିଏସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *