ବଢ଼ିଲା ଲକଡାଉନ୍ : ଜାଣନ୍ତୁ କ’ଣ ରହିବ ଖୋଲା ଆଉ କ’ଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ିଛି । ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ ଲକଡାଉନରେ କ’ଣ ଖୋଲା ଓ ଆଉ କ’ଣ ବନ୍ଦ ରହିବ ସେନେଇ ଘୋଷଣା କରାଯାଇଛି ।ଲକଡାଉନ୍ ସମୟରେ ଗ୍ୟାରେଜ୍ ଓ ଗାଡ଼ି ମରାମତି ଦୋକାନ ଖୋଲିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି ।

୧୦ ପ୍ରତିଶତ ଷ୍ଟାଫରେ ସରକାରୀ ଅଫିସ୍ ଚାଲିବ । ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ୍ ଷ୍ଟାଫ୍ ହ୍ରାସ କରାଯିବ । ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସରେ ଷ୍ଟାଫ୍ ସଂଖ୍ୟା କମାଯିବ । ବେସରକାରୀ ଓ କର୍ପୋରେଟ୍ ଅଫିସ ୩୩ ପ୍ରତିଶତ କର୍ମଚାରୀରେ ଚାଲିବ । ପୋଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ବାହାଘରରେ ୫୦ ବଦଳରେ ଏଣିକି ୨୫ ଜଣ ଯୋଗଦେଇପାରିବେ ବୋଲି କୋଭିଡ୍ ଗାଇଡଲାଇନରେ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *