କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତ ୩ ଦିନ ହେଲା ସେ ଭେଣ୍ଟିଲେଟରରେ ରହିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଝିଅ ଅନ୍ୱେଷା ମହାନ୍ତି ସୂଚନା ଦେଇଥିବା ଜଣାପଡ଼ିଛି । ଅମରେନ୍ଦ୍ରଙ୍କ ମୃତ୍ୟୁ ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ବିରାଟ କ୍ଷତି । ସେ ଅନେକ ଫିଲ୍ମ, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ଅଭିନେତା ସିଦ୍ଧାନ୍ତ ମହପାତ୍ରଙ୍କ ଅଭିନୀତ ‘ସୁନା ପଞ୍ଜୁରୀ’ ଫିଲ୍ମର ‘ପୁଚୁକି ଗାଲି….’ ଗୀତ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତରେ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ୍ ତାଙ୍କର ମୃତ୍ୟୁରେ ଓଡ଼ିଶା ସିନେ ଜଗତ ସ୍ତବ୍ଧ ହୋଇଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *