ଆମ୍ବୁଲାନ୍ସ ପାଇଁ କିମି ପିଛା ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର  : ବର୍ତ୍ତମାନ ସମୟରେ କରୋନା ମହାମାରୀ କାଳରେ ଅନେକ ଲୋକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଖାସ୍ କରି ଆମ୍ବୁଲାନ୍ସ କ୍ଷେତ୍ରରେ ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଭଳି ଖବର ସାମନାକୁ ଆସୁଛି । କାରଣ ଆମ୍ବୁଲାନ୍ସ କର୍ମଚାରୀ ମାନେ ରୋଗୀଙ୍କ ପରିବାର ଲୋକଙ୍କ ଠାରୁ ମନଇଛା ଦର ଆଦାୟ କରୁଥିଲେ । ହେଲେ ଏବେ ତା’ ଉପରେ ଆଜି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଆଜି ଘରୋଇ ହସ୍ପିଟାଲ ଏବଂ ଘରୋଇ ଆମ୍ବୁଲାନ୍ସ ଗୁଡିକର ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଜି ଆମ୍ବୁଲାନ୍ସ ଦର ପ୍ରଥମ ୧୦ କିମି ପାଇଁ ନିର୍ଦ୍ଧାରଣ କରାଯାଇଛି । ତାଠାରୁ ଅଧିକ କିମି ଗଲେ ଧାର୍ଯ୍ୟ ଠାରୁ ଅତିରିକ୍ତ ଦର ଦେବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଛୋଟ ଆମ୍ବୁଲାନ୍ସ ଯେପରିକି ମାରୁତି ଏବଂ ଓମନି ଭଳି ଗାଡିରେ ୧୦ କିମି ଗଲେ ୭୫୦ ଟଙ୍କା ଦେବାକୁ ପଡିବ । ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିବା ଛୋଟ ଆମ୍ବୁଲାନ୍ସରେ ଗଲେ ୧୦ କିମିକୁ ୧୦୦୦ଟଙ୍କା ଦେୟ ଦେବାକୁ ପଡିବ । ଏହାବ୍ୟତୀତ ବୋଲେରୋ ଭଳି ଆମ୍ବୁଲାନ୍ସ ହୋଇଥିଲେ ୧୦ କିମିକୁ ୧୦୦୦ଟଙ୍କା ଦେବାକୁ ପଡିବ । ଏଥିରେ ଯଦି ଲାଇଫ୍ ସପୋର୍ଟ ସିଷ୍ଟମ୍ ଥାଏ ତେବେ ୧୫୦୦ ଟଙ୍କା ଭଡା ଲାଗିବ । ସେହିପରି ୱିଙ୍ଗର୍ ଭଳି ବଡ ଗାଡି ଆମ୍ବୁଲାନ୍ସ ପାଇଁ ୧୦ କିମିକୁ ୧୨୫୦ ଟଙ୍କା ଭଡା ଦେବାକୁ ପଡିବ ଏବଂ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିଲେ ସେଥିରେ ୩୦୦୦ ଟଙ୍କା ଭଡା ଲାଗିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *