ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫ ଲକ୍ଷ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୦ ହଜାର ୭୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୦୫ ଆକ୍ରାନ୍ତ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୧୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୁଳରୁ ୫୫୭, ବରଗଡ଼ରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୩୬୬ ଓ ନବରଂଗପୁରରୁ ୩୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଂଜାମ ଜିଲ୍ଲାରୁ ୨୮୫, ନୟାଗଡ଼ରୁ ୨୬୭, ବଲାଙ୍ଗୀରରୁ ୨୫୮, ମୟୂରଭଂଜରୁ ୨୫୭, ନୂଆପଡ଼ାରୁ ୨୫୬, ବୌଦ୍ଧରୁ ୨୫୧, କେରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୁବର୍ଣ୍ଣପୁରରୁ ୧୪୪, କେନ୍ଦ୍ରାପଡ଼ାରୁ ୧୪୩, ରାୟଗଡ଼ାରୁ ୧୩୧, ଦେବଗଡ଼ରୁ ୧୧୦, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬, ମାଲକାନଗିରିରୁ ୬୭ ଓ ରାଜ୍ୟପୁଲରୁ ୨୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *