କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ସାନି ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : ଗୁରୁବାର କୋଭିସିଲ୍ଡୂ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ାଯାଇଥିଲା । ତେବେ ଆଜି ଏନେଇ ସାନି ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଗାଇଡଲାଇନ୍ ସମ୍ପର୍କରେ ଚିଠି କରାଯାଇଛି । ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରଥମ ଡୋଜ୍ ନେବାର ଅନ୍ୟୁନ ୮୪ ଦିନ ହୋଇ ନଥିଲେ ୨ୟ ଡୋଜ୍ ନେଇ ପାରିବେ ନାହିଁ । ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ପାଇଁ ଅନଲାଇନ ବୁକ୍ ବା ସାଇଟ୍ ବୁକିଂ ହୋଇ ପାରିବ ନାହିଁ । ଅନ୍ୟପଟେ ଯଦି ୨ୟ ଡୋଜ୍ ପାଇଁ ଅନଲାଇନ୍ ବୁକିଂ ହୋଇ ସାରିଥିଲେ ତାକୁ ବାତିଲ କରିବନି କୋୱିନ୍ । ଏଭଳି କ୍ଷେତ୍ରରେ ପୁଣିଥରେ ନିଜ ପକ୍ଷରୁ ବୁକିଂ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଏହି ନିୟମ ଲାଗୁ ହେବା ପରେ ଟିକାକରଣ କେନ୍ଦ୍ରରେ ଆଉ ଭିଡ ଜମା ହେବ ନାହିଁ । ତେଣୁ ଏହି ସମୟରେ ପ୍ରଥମ ଡୋଜ୍ କୁ ଅଗ୍ରାଧିକାର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *