ଭୁବନେଶ୍ୱରରୁ ଆଜି ୧୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୦୯ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏଥିରେ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୯୩୫ ଜଣ ସଂକ୍ରମିତ ଅଛନ୍ତି । ଭୁବନେଶ୍ୱରରୁ ଆଜି ୧୦୭୭ ଜଣ ଆକ୍ରନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି । ବିଏମସିର ସୂଚନା ଅନୁସାରେ ଆଜି ନୟାପଲ୍ଲୀରୁ ସର୍ବାଧିକ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଲକ୍ଷ୍ମୀସାଗରରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୨୪ଜଣ, ଖଣ୍ଡଗିରିରୁ ୨୯ଜଣ, ଡୁମଡୁମାରୁ ୩୫ ଓ ମଞ୍ଚେଶ୍ବରରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୧୭୫ରେ ପହଂଚିଛି । ଏଥିରୁ ୪୬ ହଜାର ୬୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧ ହଜାର ୨୦୯ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *