କରୋନା ସମୟରେ ବିଲରେ କୋଦାଳ ଧରି ଚାଷ କରୁଛନ୍ତି ବିଧାୟକ

ଜୟପୁର: କରୋନା ପାଇଁ ରାଜ୍ୟରେ ଲକଡାଉନ୍ । ଏହି ଲକଡାଉନ୍ ସମୟରେ ଅନେକ କଣ କରିବେ ବୋଲି ଭାବୁଛନ୍ତି, ଘରେ ବସି ରହିଛନ୍ତି । ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ସାଜିଛନ୍ତି ଚାଷୀ । ହାତରେ କୋଦାଳ ଧରି ନିଜ ଜମିରେ ଅଦା ଚାଷୀ କରୁଛନ୍ତି ପଟାଙ୍ଗୀ ବିଧାୟକ । ଏହାଦ୍ୱାରା ଶାରିରୀକ ପରିଶ୍ରମ ହେବା ସହ ସେ ସୁସ୍ଥ ରହୁଥିବା କହିଛନ୍ତି । ଗାଁରେ ଥିବା ଚାଷ ଜମିରେ ଅଦା ଚାଷ କରୁଛନ୍ତି ବିଧାୟକ । ସକାଳେ ଓ ଅପରାହ୍ଣରେ ଅନ୍ୟମାନଙ୍କ ସହ ମିଶି ଚାଷ କାର୍ଯ୍ୟ କରୁଛନ୍ତି । ଚାଷ ସହ ମୋବାଇଲ୍ ଫୋନ୍ ମାଧ୍ୟମରେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ତାର ସମାଧାନ ବି କରୁଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *