ଭୁବନେଶ୍ୱରରେ ସଟଡାଉନରେ ଚିକେନ ବେପାର !

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣରେ ଲାଗୁନାହିଁ ଲଗାମ । ଦୈନିକ ୬୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ସେପଟେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ରାଜ୍ୟରେ ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟଡାଉନର ଘୋଷଣା କରିଛନ୍ତି । ସପ୍ତାହାନ୍ତ ସଟଡାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ବିନା କାରଣରେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ଏହି ସଟଡାଉନରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କିଭଳି କିଛି ଲୋକ ନିୟମ ନମାନି ଲୁଚାଛପାରେ ଆମିଷ ବିକ୍ରି କରୁଥିଲେ ଏବଂ ଲୋକମାନେ ମଧ୍ୟ ଏହାକୁ ବିରୋଧ କରିବା ବଦଳରେ ସେମାନଙ୍କ ଠାରୁ ଆମିଷ କିଣି ଘରୁ ନେଉଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀ ବିଭିନ୍ନ ପ୍ରମୁଖ ସ୍ଥାନ ଶିରିପୁର, ବାପୁଜୀନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ୟୁନିଟ୧, ୟୁନିଟ୮, ଜୟଦେବ ବିହାର, ବରମୁଣ୍ଡା ଆଦି ଜାଗାରେ ରବିବାର ଏଭଳି ଲୁଚାଛପାରେ ଆମିଷ ବେପାର ଚାଲିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *