ଆଜି ରାଜ୍ୟରେ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ୬ ହଜାର ଉପରକୁ ଡେଇଁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ବାରେଣ୍ଟାଇନରୁ ୩ ହଜାର ୮୨୭ ଥିବା ବେଳେ ଲୋକାଲ କେସ୍ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରେ ୫୫୧, କଳାହଣ୍ଡିରୁ ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩ ସହ ଷ୍ଟେଟପୁଲରୁ ୨୦୧ ସଂକ୍ରମିତ ଅଛନ୍ତି । ସେହିପରି ଅନୁଗୁଳରୁ ୧୮୭, ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ବରରୁ ୧୩୭, ସୋନପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗୀରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡ଼ା ଓ ଦେବଗଡ଼ରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୫, ମାଲକାନଗିରିରୁ ୨୨ ଓ ଢେଙ୍କାନାଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ସଂକ୍ରମଣ ବଢୁଥିବାରୁ ଏସବୁ ଜିଲ୍ଲା ରେଡଜୋନରେ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *