ଅପହୃତ ଯବାନଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ଗତ ୨୧ ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ । ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ ପୋଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି । ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ । ଗତ ୨୧ ତାରିଖ ଅପରାହ୍ଣ ୩ଟା ବେଳେ ପାଲନାର୍ ଅଞ୍ଚଳର ଡିଆରଜି ଯବାନ ନିଜ ଗାଁକୁ ମେଳା ଦେଖିବା ପାଇଁ ଛୁଟିରେ ଜଗଦଲପୁରରୁ ଆସିଥିବା ବେଳେ ମାଓବାଦୀ ଅପହରଣ କରି ନେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *