ପିପିଲି ଟିକେଟ୍ ନ ମିଳିବାରୁ ଅପ୍ରାସଂଗିକ ହୋଇପଡ଼ିଛନ୍ତି ଲେଖାଶ୍ରୀ

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ। ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବିବୃତ୍ତି ଦର୍ଶାଉଛି, ଅଡିଟ ଆକାଉଣ୍ଟ ଓ ଏଜି ରିପୋର୍ଟ ଉପରେ ତାଙ୍କର କିଛି ଧ୍ୟାନ ନାହିଁ । ଲେଖାଶ୍ରୀ ଯାହା କହୁଛନ୍ତି, ତାହା କପୋଳକଳ୍ପିତ ଓ ଭିତ୍ତିହୀନ । କେତେବେଳେ ନେତାଙ୍କ ଉପରେ ତ ଆଉ କେତେବେଳେ ପ୍ରଶାସନ ଉପରେ ମିଛ ଆରୋପ ଲଗାଉଛନ୍ତି। ପିପିଲି ଉପନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଥାଇ ଟିକେଟ ନ ମିଳିବାରୁ ଦଳରେ ଅପ୍ରାସଙ୍ଗିକ ହୋଇପଡିଛନ୍ତି। ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ପ୍ରତିଦିନ ସକାଳୁ ଲେଖାଶ୍ରୀ ଏପରି କିଛି ଭିତ୍ତିହୀନ ମନ୍ତବ୍ୟ ରଖୁଥିବା ଇପ୍‌ସିତା କହିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *