ପୋଲିସ-ମାଓବାଦୀ ମୁହାଁମୁହିଁ : ମହିଳା ମାଓବାଦୀ ନିପାତ

କଳାହାଣ୍ଡି: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିପାତ । ପୋଲିସ ସୂଚନା ମୁତାବକ, ଗତକାଲି ପୋଲିସ କିଛି ବିଶ୍ୱସ୍ତ ସୂତ୍ରରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଖବର ପାଇଥିଲା  । ଏହାପରେ କିଛି ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କୁ ନେଇ ଯେଉଁ ଅଞ୍ଚଳରେ ମାଓବାଦୀ ରହିଥିବା ନେଇ ଖବର ମିଳିଥିଲା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏବଂ ସେଠାରେ ମାଓବାଦୀ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କୁ ସରେଣ୍ଡର କରିବା ନେଇ କହିଥିଲା । କିନ୍ତୁ ମାଓବାଦୀମାନେ ଯବାନଙ୍କ କଥାରୁ ଖାତିର ନକରି ଓଲଟା ଗୁଳି ଚାଳନା କରିଥିଲେ । ଏଥିସହିତ ଏହି ସମୟରେ କିଛି IED ମଧ୍ୟ ବ୍ଳାଷ୍ଟ କରିଥିଲେ । ଫଳରେ ଆତ୍ମରକ୍ଷା ପାଇଁ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । ଉଭୟ ପକ୍ଷର ଏହି ଗୁଳି ଚାଳନା ଥମିବା ପରେ ସର୍ଚ୍ଚ କରିଥିଲେ ଯବାନ  । ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ପାଇଥିଲେ । ଏଥିସହିତ କିଛି ମାଓ ପତ୍ରିକା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *