ସେବାୟତଙ୍କ ନିମନ୍ତେ ଖୋଲାଗଲା ସ୍ବତନ୍ତ୍ର କରୋନା ପ୍ରଯତ୍ନ କେନ୍ଦ୍ର

ପୁରୀ: ପୁରୀ ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀମନ୍ଦିରର ସବୁ ସେବକଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା। ଅକ୍ଷୟତୃତୀୟା ରଥ ନିର୍ମାଣ ଆରମ୍ଭ ପୂର୍ବରୁ ମହାରଣା, ଚିତ୍ରକାର, ରୂପକାର, ଭୋଇ, ଓଝା ଏବଂ ଦରଜି ସେବକଙ୍କୁ ଟିକା ଦିଆଯିବ। ଦଇତାପତିଙ୍କ ସମେତ ଅନ୍ୟ ସେବକମାନେ କରୋନା ଟିକା ନେବେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବକଙ୍କ ପାଇଁ ଆବଶ୍ୟକ ପରିମାଣର ଟିକା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯିବ। କରୋନା ସ୍ଥିତିର ସମୀକ୍ଷା ପରେ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସବୁ ସେବକ ପରିବାରର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା କିପରି ପାଳନ କରାଯିବ ସେ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତ ନିବାସରେ ବୁଧବାର ସ୍ବତନ୍ତ୍ର କରୋନା ପ୍ରଯତ୍ନ କେନ୍ଦ୍ର ଖୋଲାଯାଇଛି। ସେଠାରେ ଶଯ୍ୟା ପକାଯିବା ସହ ଅମ୍ଳଜାନ ବ୍ୟବସ୍ଥା କରାଯାଇଛି। କରୋନା ଲକ୍ଷଣ ଥିବା ଏବଂ କରୋନା ସଂକ୍ରମିତ ସେବକଙ୍କୁ ନେବା ଆଣିବା କରିବା ପାଇଁ ଗୋଟିଏ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ଆୟୁଷ ମନ୍ତ୍ରଣାଳୟ ସୁପାରିସ ଅନୁଯାୟୀ ସବୁ ସେବକ ପରିବାରକୁ ହୋମିଓପ୍ୟାଥିକ ଔଷଧ ମାଗଣାରେ ଦିଆଯାଉଥିବା ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି। କରୋନା ସମ୍ପର୍କରେ ସେବକଙ୍କ ସମେତ ସହରବାସୀଙ୍କୁ ସଚେତନ କରାଇବା ପାଇଁ କରୋନା ରଥ ବୁଧବାରଠାରୁ ପୁରୀରେ ବୁଲିବା ଆରମ୍ଭ କରିଛି। ହରିଦ୍ବାର କୁମ୍ଭମେଳାରୁ ଫେରିଥିବା ୩୨ଜଣଙ୍କ ମଧ୍ୟରୁ ଜଣେ ସେବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ କରୋନାରେ ସଂକ୍ରମିତ ସେବକ, ସେମାନଙ୍କ ପରିବାର ସଦସ୍ୟ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *