ବିଏମ୍‌ସି ପକ୍ଷରୁ ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗୁ ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ସରକାର ଓ ଜନତା ଉଭୟ ଚିନ୍ତାରେ ଅଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣ ବଢୁଥିବାରୁ ବିଏମ୍‌ସି ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରର ସମସ୍ତ ପାର୍କରେ କଟକଣା ଲାଗୁ କରିଛି ବିଏମ୍‌ସି । ସେହିପରି ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଯାଇଛି । ସବୁ ପାର୍କରେ ବିଏମ୍‌ସି ପକ୍ଷରୁ ନୋଟିସ୍ ଲଗାଯାଇଛି । ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ ଦୂରତା ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପାର୍କ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏହା ବ୍ୟତୀତ ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଏଣେତେଣେ ଛେପ ପକାଇବା ମନା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତ ବିଏମ୍‌ସି  କମିଶନର ପ୍ରେମ ଚନ୍ଦ୍ର ଚୌଧରୀ । ସେପଟେ କରୋଣା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଲାଗୁ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *