କରୋନାରେ ଅଜିତ ମଙ୍ଗରାଜଙ୍କ ମା’ଙ୍କର ପରଲୋକ

ପିପିଲି : କରୋନାକୁ ନେଇ ଲୋକମାନେ ପୁଣିଥରେ ଭୟଭୀତ ହେବାକୁ ଲାଗିଲେଣି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କ ପରଲୋକ ଘଟିଛି । ପୁଅ ଅଜିତଙ୍କ ପରଲୋକ ଘଟିବାର ଚାରିଦିନ ପରେ ଆଖିବୁଜିଛନ୍ତି ମା’ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ଷେତ୍ରମଣିଙ୍କ ଦେହାନ୍ତ ହୋଇଛି । ହୃଦଘାତ ସମସ୍ୟା ପାଇଁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କୋଭିଡ ପଜିଟିଭ୍ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା । ଫୁସଫୁସ ଅତିମାତ୍ରରେ ସଂକ୍ରମିତ ହୋଇସାରିଥିବା ପରୀକ୍ଷାରୁ ଜଣାପଡିଥିଲା । କୋଭିଡ ନିୟମରେ ଶବ ସତ୍କାର ହେବ ବୋଲି ପରିବାର ଲୋକେ କହିଛନ୍ତି । ତେବେ ୪ ଦିନ ତଳେ କରୋନାରେ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା । ଅଜିତଙ୍କ ବିୟୋଗ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *