ମାଟି ଖୋଳିବାକୁ ଯାଇ ୩ ଜଣଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ପଟାଙ୍ଗି ବ୍ଲକ ମିରିଆଲୁପାଡୁରେ ମାଟି ଖୋଳିବାକୁ ଯାଇ ୩ ମହିଳାଙ୍କ ମୃତ୍ୟୁ ଘଟଣା । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ୍ୟୁବରଣ କରିଥିବା ପଟ୍ଟାଙ୍ଗିର ୩ ମହିଳାଙ୍କ ପରି ବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହି ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରବର୍ଗକୁ ମିଳିବ । ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାସନ ମଜା ଏବଂ ଘର ଲିପା ମାଟି ଖୋଳିବାକୁ ଯାଇଥିବା ବେଳେ ମାଟି ଅତଡ଼ା ଧସିଥିଲା । ଏଥିରେ ମିରିଆଲୁପାଡ଼ୁ ଗାଁର ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଆଦିବାସୀଙ୍କ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ମିରିଆଲୁପାଡ଼ୁ ଗାଁର ୧୧ ଜଣ ମାଟି ଆଣିବାକୁ ନିକଟସ୍ଥ ପଡ଼ାଗୁଡ଼ା ଗାଁକୁ ଯାଇଥିଲେ । ସେଠାରେ ମାଟି ଖୋଳୁଥିବା ସମୟରେ ଅତଡ଼ା ଖସିବାରୁ ୪ ଜଣ ମାଟି ଭିତରେ ରହିଯାଇଥିଲେ ।

ସୂଚନା ପାଇ ସରପଞ୍ଚ ପହଞ୍ଚି ସହଯୋଗୀଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ହେଲେ- ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଏବଂ ମିତୁଲା କୋଟା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *