ତେଲଙ୍ଗାନାରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି । ଗତ ଶନିବାରରୁ ଚମ୍ପଟ ମାରିଥିଲା ହାଇଦର୍ । ମେଡିକାଲ୍‌ରେ ଗାର୍ଡକୁ ନିଶା ଦେଇ ଖସି ଚାଲିଯାଇଥିଲା । କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ତଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଛି । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ରେ ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଖସି ଫେରାର ହୋଇ ଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *