ରାସ୍ତାରେ ପଡିଥିବା ଖାଦ୍ୟ ବୃଦ୍ଧା ଖାଇବା ଭିଡିଓ ଭାଇରାଲ ଘଟଣା; ଖାଇବାକୁ ପ୍ରବର୍ତାଯାଇଛି : ନିର୍ବାହୀ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ରାସ୍ତା କଡ଼ରେ ଜଣେ ବୃଦ୍ଧା ତଳେ ପଡିଥିବା ଖାଦ୍ୟ ଖାଉଥିବା ଏକ ଭିଡିଓ ଭାଇରାଲ ଘଟଣା ଭିନ୍ନ ମୋଡ ନେଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଏହି ବିଷୟ ନେଇ କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇଛି । ଏକ ଅସହାୟ ବୃଦ୍ଧା ରାସ୍ତା ଉପରେ ପଡିଥିବା ରହିଥିବା ତରକାରୀ ଗୋଟେଇ ଖାଉଥିବା ନେଇ ଖବର ପ୍ରକାଶ ପାଇବା ସହ ଏହି ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି । ଖବର ପ୍ରକାଶିତ ହେବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ପୌର ପରିଷଦ ନିର୍ବାହୀ ଅଧିକାରୀ ତ୍ରିଶୁଳ ମାର୍ଡି ଏକ ସ୍ୱତନ୍ତ୍ର ଟିମ୍ ନେଇ ଜିଲ୍ଲା ସଦର ମହକୁମାର ୧୧୯ କଲୋନିରେ ବୃଦ୍ଧା ରହୁଥିବା ଘରକୁ ଯାଇ ତଦନ୍ତ କରିଥିଲେ ।

ତଦନ୍ତରୁ ବୁଦ୍ଧାଙ୍କୁ ରାସନ କାର୍ଡ ଦିଆଯାଇଥିବା ଓ ବାର୍ଦ୍ଧକ୍ୟ ଭତା ମଧ୍ୟ ପ୍ରଦାନ କରାଯାଉଥିବା ଜାଣିବାକୁ ପାଇଛନ୍ତି । ତେବେ ତଦନ୍ତ ପରେ ଭିଡିଓରେ ଜଣେ କେହି ତାକୁ ତଳେ ପଡିଥିବା ଖାଦ୍ୟକୁ ଖାଇବାକୁ ପ୍ରବର୍ତାଉ ଥିବା ଜଣାପଡ଼ିଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମାର୍ଡି ପ୍ରକାଶ କରିବା ସହ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃଦ୍ଧାକୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ସେ ପାଇବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ବୃଦ୍ଧାଙ୍କୁ ଭତା ପ୍ରଦାନ କରାଯାଉଥିବା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭୀନ୍ନକ୍ଷମ ସଶକ୍ତି କରଣ ଅଧିକାରୀ ରାଧାମଣୀ ଦଳାଇ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *