୩ ହଜାର ଛୁଇଁବ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା; ସର୍ବାଧିକ ସୁନ୍ଦରଗଡ଼, ୨ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ସ୍ଥିତି ଭୟଙ୍କର ହୋଇଛି । ଗତ ୧୫ ଦିନରେ ୧୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ୬୦ ବର୍ଷୀୟା ମହିଳା ଓ ଅନ୍ୟ ଜଣେ କେନ୍ଦୁଝରରୁ ୭୦ ବର୍ଷିୟ । ମହିଳାଜଣକ ଆନିମିଆ ଓ ସେପ୍ଟିସେମିଆରେ ପୀଡ଼ିତା ଥିଲେ ବୋଲି ସୂଚନା ରହିଛି । ଏହାଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫ରେ ପହଞ୍ଚିଛି । ଅନ୍ୟପଟରେ ରାଜ୍ୟରେ ତିନି ହଜାର ପାଖାପାଖି ହୋଇଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୯୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୩୩ ସଙ୍ଗରୋଧ କେନ୍ଦ୍ରରୁ ଓ ୧୨୫୬ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଅଛନ୍ତି ।

ଏହାବ୍ୟତୀତ କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡ଼ାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗିର ଜିଲ୍ଲାରୁ ୧୧୦ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୬୫ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୩, ଭଦ୍ରକରୁ ୩୪, ବୌଦ୍ଧରୁ୧୦, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫, ଗଞ୍ଜାମରୁ ୬୩, ଜଗତସିଂହପୁରରୁ ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୨, ରାୟଗଡ଼ାରୁ ୨୭ ଓ ସୋନପୁରରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ ୯୪ ଜଣ ଅଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ହଜାର ୩୪୨ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ହଜାର ୭୩୩ ସୁସ୍ଥ ହୋଇସାରିଲେଣି । ୧୪,୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି ।

ଅନ୍ୟପଟରେ ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ହେଲା ଉପରମୁହାଁ ଥିବା ବେଳେ ଚିନ୍ତାରେ ଅଛନ୍ତି ଜିଲ୍ଲାବାସୀ । ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛ । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ ୯ ଦିନ ଯାଏ ଖଡ଼ିଆଳର ଦୋକାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଏହି ୯ ଦିନରେ କେବଳ ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଦୋକାନ ଖୋଲା ରଖାଯିବ । ଗତ ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଏହି ସଂଖ୍ୟା ୧୦୪ ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *