ଓଟିଟି ପ୍ଲାଟଫର୍ମରେ ଧୂମ୍ ମଚାଉଛନ୍ତି ଓଡିଆ ଝିଅ ରିୟାନା

ମୁମ୍ବାଇ : ଓଟିଟି ପ୍ଲାଟଫର୍ମରେ ରାଜ୍ କରୁଛି ଓଡିଆ ଝିଅ । ବଲିଉଡରେ ରିୟାନାଙ୍କ କାମ ଦେଖି ଚମକୁଛି ମାୟାନଗରୀ । ଅଭିନୟ ଏବଂ ମଡଲିଂରେ ନିଜର ଦକ୍ଷତା ଦେଖାଇ ଆଗଧାଡିରେ ଥିବା ରିୟାନା ଏବେ ଫିଲ୍ମ ଓ ୱେବସିରିଜ୍ ଓଟିଟି ପ୍ଲାଟଫର୍ମରେ ଧୂମ୍ ମଚାଉଛନ୍ତି । କିଛିଦିନ ପୂର୍ବରୁ ଓଟିଟି ଫ୍ଲାଟଫର୍ମ ରିୟାନାଙ୍କର ଗୋଟିଏ ସିନେମା ଏବଂ ୱେବସିରିଜ୍ ଷ୍ଟ୍ରିମ୍ଂ ହୋଇଛି । ଷ୍ଟ୍ରିମ୍ଂ ହୋଇଥିବା ହିନ୍ଦୀରେ ହରର୍ ୱେବସିରିଜ୍ ‘ଫ୍ୟାନ୍ସି’ ଏବଂ ଓଡିଆ ସିନେମା ‘ଏ ଦିଲ୍ ତତେ ଦେଲି’ । ତାଙ୍କର ଏହି ଦୁଇଟି କାମକୁ ଦର୍ଶକ ପ୍ରଶଂସା କରି ଥିବାବେଳେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ରିୟାନା । ଜାତୀୟସ୍ତରୀୟ ଓଟିଟି ଫ୍ଲାଟଫର୍ମରେ ଓଡିଆ ସିନେମା ଷ୍ଟ୍ରିମ୍ଂ ହୋଇଥିବାରୁ ତାଙ୍କ ପାଇଁ ଏହା ଗର୍ବର କଥା ଏବଂ ଏଥିପାଇଁ ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଆଗକୁ ତାଙ୍କର ସସପେନ୍ସ ଥ୍ରିଲର ୱେବସିରିଜ୍ ‘ଦି ଏଣ୍ଡ’ ଆସୁଥିବା ବେଳେ ଏହାର୨୦ ପ୍ରତିଶତ ସୁଟିଂ ବାକି ରହିଛି ବୋଲି କହିଛନ୍ତି । ୭ ରୁ ଅଧିକ ହିନ୍ଦୀ ସିନେମାରେ ରିୟାନା ଅଭିନୟ କରିଥିବା ବେଳେ ଗତବର୍ଷ ତାଙ୍କର ହିନ୍ଦୀ ହରର୍ ମୁବି ‘ଆଇ ନୋ ୟୁ’ ଆମାଜନ୍ ପ୍ରାଇମରେ ଷ୍ଟ୍ରିମ୍ଂ ହୋଇଥିଲା ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *