କରୋନା ଯୋଦ୍ଧା ଭାବରେ ସାମ୍ବାଦିକ ମାନଙ୍କୁ ଦିଆଯାଉ ଟିକା : ଅରବିନ୍ଦ କେଜ୍ରିୱାଲ୍

ନୁଆଦିଲ୍ଲୀ  : ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କେଜ୍ରିୱାଲ୍ ସରକାର ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଟିକାକରଣକୁ ପ୍ରାଥମିକତା ଦିଆଯିବାକୁ ଅନୁମତି ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଟୁଇଟ୍ କରିଛନ୍ତି । ସେ ଟୁଇଟ୍ ରେ ଲେଖିଛନ୍ତି ଯେ, ଅଧିକାଂଶ ସାମ୍ବାଦିକ ମାନେ ବିଷମ ପରିସ୍ଥିତିରେ ରିପୋର୍ଟିଂ କରନ୍ତି, ଏଥିପାଇଁ ସେମାନଙ୍କୁ ମଧ୍ୟ ଫ୍ରଣ୍ଟଲାଇନ୍ ୱର୍କର୍ସ ଭାବେ ନିଆଯିବା ଉଚିତ୍ ଏବଂ ସେମାନଙ୍କ ଟିକାକରଣକୁ ପ୍ରାଥମିକତା ଦିଆଯିବା ନେଇ ଅନୁମତି ଦେବା ଉଚିତ୍ ।

ଏହାପୁର୍ବରୁ ମଧ୍ୟ ସାମ୍ବାଦିକ ମାନଙ୍କ ପାଇଁ ନାଇଟ୍ କର୍ଫ୍ୟୁ ସମୟରେ ଇ-ପାସ୍ ଦେଖାଇବା କଟକଣାକୁ କୋହଳ କରିଥିଲେ କେଜ୍ରିୱାଲ୍ । ଇ-ପାସ୍ ବଦଳରେ ନିଜ ନିଜ ଆଇଡି କାର୍ଡ ଦେଖାଇ ନାଇଟ୍ କର୍ଫ୍ୟୁ ସମୟରେ ଯାଆସ କରିପାରିବେ ବୋଲି କହିଥିଲେ । ରାଜ୍ୟ ସରକାର ଏପ୍ରିଲ୍ ୬ ତାରିଖରେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ଏବଂ ଏହା ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ରାଜଧାନୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୫୦ ହଜାରରୁ ଅଧିକ ରହିଛି । ଏଥିସହିତ ୪୫ ବର୍ଷରୁ କମ୍ ବର୍ଗର ଲୋକଙ୍କୁ ଅଧିକ ସଂକ୍ରମଣ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *