ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ ?
ଭୁବନେଶ୍ବର: ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଲୋକମତକୁ ପ୍ରତିଫଳିତ କରିବା ଏବଂ ଉଚିତ ପ୍ରତିନିଧି ବାଛିବାରେ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରେ। ଏହିକ୍ରମରେ ନିର୍ବାଚନ ପ୍ରଚାର ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂଣ୍ଣ। ପ୍ରଶ୍ନ ଉଠୁଛି ଯଦି ନିର୍ବାଚନ ପ୍ରଚାର ସମୟରେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯାଏ ତେବେ କ’ଣ ହେବ?
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଚାଲୁଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି। ଆସନ୍ତୁ ଜାଣିବା ଆମ ସମ୍ବିଧାନରେ ଏ ନେଇ କ’ଣ ବ୍ୟବସ୍ଥା ରହିଛି।
ଭାରତର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ଅନୁସାରେ ପରିଚାଳିତ ହୋଇଥାଏ। ଏହାର ୫୨ତମ ଅନୁଚ୍ଛେଦରେ ନିର୍ବାଚନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ କ’ଣ ହେବ ତାହା ବଣ୍ଣନା କରାଯାଇଛି। ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ଦନଇ ନିଷ୍ପତ୍ତି ନିଆଯିବ।
ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।