ରାଜ୍ୟରେ ଦୈନିକ ସଂକ୍ରମଣ ଟପିଲା ୨ହଜାର

ଭୁବନେଶ୍ୱର: ହଜାର ନୁହେଁ ଏବେ ଦୁଇ ହଜାର ଟପିଛି କୋଭିଡ ମାମଲା । ଆଜି ରାଜ୍ୟରୁ ଦୈନିକ ସଂକ୍ରମଣ ୨ହଜାର ଚିହ୍ନଟ ହୋଇଛନ୍ତି । ଦିନକରେ ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୧୩୧୪, ଲୋକାଲ କେସ୍ ୯୫୩ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮, ବରଗଡ଼ ଓ ସମ୍ବଲପୁରରୁ ୧୨୦ ଲେଖାଏଁ, କଟକରୁ ୧୧୭, ନବରଙ୍ଗପୁର ଓ ନୂଆପଡାରୁ ୧୦୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୯୩, ଷ୍ଟେଟପୁଲରୁ ୮୧, ଗଞ୍ଜାମ ଓ ପୁରୀରୁ ୭୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬୭, ମୟୂରଭଞ୍ଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଓ ଝାରସୁଗୁଡାରୁ ୫୫, ଯାଯପୁରରୁ ୫୨, ଅନୁଗୁଳରୁ ୪୮, ଗଜପତିରୁ ୩୧, କଳାହାଣ୍ଡିରୁ ୩୪,ଭଦ୍ରକରୁ ୨୮, ରାୟଗଡ଼ାରୁ ୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୧୯,ସୋନପୁରରୁ ୧୬, ଦେଓଗଡ଼, କନ୍ଧମାଳ, କୋରାପୁଟ ଓ କେନ୍ଦ୍ରାପଡାରୁ ୧୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୫, ମାଲକାନଗିରିରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୯୩୩ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୫ହଜାର ୩୫୩ ଥିବା ବେଳେ ଆକ୍ଟିଭ କେସ୍ ୧୨ହଜାର ୨୪୪ ଅଛି । କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୪୧ହଜାର ୧୨୩ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *