ପଣ୍ଡାପଡ଼ା ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ମାଟି ଅନୁକୂଳ
ପଣ୍ଡାପଡ଼ା ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ମାଟି ଅନୁକୂଳ
ପଣ୍ଡା ପଡ଼ା ୨୨-୧୦-୨୦୨୬(ବି .ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପଣ୍ଡାପଡ଼ାଠାରେ ଶ୍ରୀ ଶ୍ରୀ ମା’ ଦକ୍ଷିଣକାଳୀଙ୍କ ବାର୍ଷିକ ପୂଜୋତ୍ସବ ପାଇଁ ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ମାଟି ଅନୁକୂଳ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ପୂଜା କମିଟିର ସଦସ୍ୟ, କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମନ୍ତ୍ରୋଚାରଣ ଓ ପୂଜାର୍ଚ୍ଚନା ପୂର୍ବକ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ଶୁଭ ମାଟି ଅନୁକୂଳ କରାଯାଇଛି। ଏହି ମାଟି ଅନୁକୂଳ ସହ ପ୍ରସିଦ୍ଧ ମା’ ଦକ୍ଷିଣକାଳୀ ପୂଜା ପାଇଁ ଆନୁପାତିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂଜାକୁ ଆଡ଼ମ୍ବରପୂର୍ଣ୍ଣ, ଆଧ୍ୟାତ୍ମିକ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମା’ଙ୍କ ପୂଜୋତ୍ସବକୁ ନେଇ ସମଗ୍ର ପଣ୍ଡାପଡ଼ା ଓ ଆଖପାଖ ଅଞ୍ଚଳରେ ଏବେଠାରୁ ଉତ୍ସବମୁଖର ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

