ରାଜଗାଙ୍ଗପୁର ବ୍ଲକସ୍ତରୀୟ ଖୋ -ଖୋ ଚୟନ ପ୍ରତିଯୋଗିତା
ରାଜଗାଙ୍ଗପୁର ବ୍ଲକସ୍ତରୀୟ ଖୋ -ଖୋ ଚୟନ ପ୍ରତିଯୋଗିତା

ରାଜଗାଙ୍ଗପୁର ୩୦-୦୯-୨୦୨୬ (ବି .ଏନ .ଓ) : (ସମରେନ୍ଦ୍ର ରାଉତ ) ସ୍ଥାନୀୟ ସାଧ୍ବୀ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ରାଜଗାଙ୍ଗପୁର ବ୍ଲକସ୍ତରୀୟ ଖୋ -ଖୋ ଚୟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି l ପାନପୋଷ, ଡୁଡି, ଜାମପାଲି ଓ ରାଜଗାଙ୍ଗପୁର ମୁନିସିପାଲିଟି ଜୋନର ଚଉଦ ବର୍ଷ ବର୍ଗୀୟ ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ରାଜଗାଙ୍ଗପୁର ମୁନିସିପାଲିଟିର ଉପଧ୍ୟକ୍ଷ ଏମ ଡି ଇରଫାନ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରି ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଆୟୋଜକ ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ଲାକ୍ରା ସମସ୍ତଙ୍କ ସହଯୋଗ କାମନା କରି ପିଲାଙ୍କୁ ସଫଳତା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ l ସାଧ୍ବୀ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ପାଦିକା ସିଷ୍ଟର ମାଗଦାଲିନ ପିଟର ରାଜଗାଙ୍ଗପୁର କ୍ରୀଡ଼ା କ୍ଷେତ୍ରର ଉଲ୍ଲେଖନୀୟ ଉଦାହରଣମାନ ଉପସ୍ଥାପନା କରିଥିଲେ l ବ୍ଲକ ବିଜ୍ଞାନ ନିରୀକ୍ଷକ ଗିରିଶ ଚନ୍ଦ୍ର ରାଉତ ଏଭଳି ଏକ କାର୍ଯ୍ୟକ୍ରମର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ମେରୀ ସୁଚିତା ଖାଲଖୋ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ଭାଷଣ ଜଣାଇଥିଲେ l ଏବିଇଓ ସନ୍ଧ୍ୟା ରାଣୀ ମହାପାତ୍ର ଓ ଏବିଇଓ ସୁପ୍ରଭା ପରିଜା ଏହି କ୍ରୀଡା ପ୍ରତିଯୋଗିତାରେ ଯୋଗଦାନ କରି ସମସ୍ତ ସହଯୋଗ କରିଥିଲେ l ବିଭିନ୍ନ ଜୋନର କ୍ରୀଡା ପ୍ରଶିକ୍ଷକ ସରୋଜିନୀ କୁଜୁର, ଅପଲୋନିଆ କେରକେଟ୍ଟା, ପ୍ରଭାତୀ ବିଲୁଙ୍ଗ, ଉମା ଲାକ୍ରା, ଶାନ୍ତି କେରକେଟ୍ଟା ପ୍ରମୁଖଙ୍କ ତତ୍ତ୍ୱବଧାନରେ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସରୋଜିନୀ କୁଜୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଶିକ୍ଷକ ନାରାୟଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

