ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଲା
ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଲା
ଅଙ୍ଗନୱାଡି ଘର ଭିତରୁ ସଫା ହେଲା ଲଟା ବୁଦା…
ପାଟଣା, ୧୪-୦୭-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର )ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସାଧୁପଡା ଗ୍ରାମରେ ହୋଇଥିବା ନୂତନ ଅଙ୍ଗନୱାଡ଼ି ଘରଟି ୧ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦହେଇ ପଡି ରହିଥିଲା ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗିଲା | ଖବର ପାଇ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ସାଧୁପଡା ଗ୍ରାମକୁ ଯାଇ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ମାଡ଼ିଥିବା ଲଟାବୁଦାକୁ ଲୋକ ଲଗାଇ ସଫା କରାଇଛନ୍ତି |ତେବେ ପ୍ରାୟ ଏକ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ରଟି ଅଳିଆ ଆବର୍ଜନା ହୋଇ ପଡିରହିଥିବାରୁ ପିଲାମାନେ ପାଠ ପଢିବାରେ ଅସୁବିଧା ହେଉଥିଲାବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି |ଆଗକୁ କେବେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଛୋଟ ପିଲା ମାନେ ପାଠ ପଢ଼ୁଛନ୍ତି ଦେଖିବାକୁ ବାକି ରହିଲା

