ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଷ୍ଟର ଖିଲାଡ଼ି

ମୁମ୍ବାଇ  : ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ଼ ଅଭିନେତା  ଖିଲାଡ଼ି ଅକ୍ଷୟ କୁମାର । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି । ଏନେଇ ପତ୍ନୀ ଟ୍ୱିଙ୍କିଲ ଖାନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଟ୍ୱିଙ୍କିଲ ଖାନା ନିଜ ଇନଷ୍ଟାଗ୍ରାମରେ ଏକ କାର୍ଟୁନ୍ ଫୋଟ ସେୟାର କରି ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା କଥା କହିଛନ୍ତି । ଖିଲାଡ଼ିଙ୍କୁ ଦେଖି ସମସ୍ତେ ଖୁସିଥିବା ସେ ଜଣାଇଛନ୍ତି । ସୂଚନା ଅନୁସାରେ ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଶୁଟିଂ କରୁଥିବା ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଗତ ରବିବାର ଦିନ ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା କଥା ସେ ନିଜେ ଟ୍ୱିଟ୍ କରି କହିଥିଲେ । ସେପଟେ ଅକ୍ଷୟଙ୍କ ବ୍ୟତୀତ ‘ରାମ ସେତୁ’ ଫିଲ୍ମର ୪୫ ଜଣ ଜୁନିୟର କଳାକାରମାନେ କରୋନା ଆକ୍ରାନ୍ତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *