ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି ପାଳିତ

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି ପାଳିତ

(ରିପୋର୍ଟ ଦୀନବନ୍ଧୁ ମିଶ୍ର )

ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପାଟଣା ବିଧାୟକ…

ପାଟଣା,୨୩-୦୬-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) ଭାରତୀୟ ଜନସଂଘର ସଂସ୍ଥାପକ, ପ୍ରଖର ରାଷ୍ଟ୍ରବାଦୀ, ବିଶିଷ୍ଟ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ ଭାବେ ପରିଚିତ ଡ.ଶ୍ୟାମ ପ୍ରସାଦ ମୂକେର୍ଜୀ ଙ୍କ ପୁଣ୍ୟତିଥି ଅବସରରେ ମଙ୍ଗଳବାର ତୁରୁମୁଙ୍ଗାସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ସମେତ ଦଳର ବହୁ କର୍ମକର୍ତ୍ତା, କର୍ମୀ ଓ ସମର୍ଥକ ଉପସ୍ଥିତ ରହି ଡ଼. ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଭାରେ ଉପସ୍ଥିତ ନେତୃବୃନ୍ଦ ଡ଼. ମୁଖାର୍ଜୀଙ୍କ ଦେଶପ୍ରେମ, ରାଷ୍ଟ୍ରବାଦୀ ଚିନ୍ତାଧାରା, ତ୍ୟାଗ ଓ ଦେଶର ଏକତା ତଥା ଅଖଣ୍ଡତା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାଏକ କହିଥିଲେ ଯେ, ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶ, ରାଷ୍ଟ୍ର ସେବା ପ୍ରତି ନିଷ୍ଠା ଏବଂ ଦେଶର ଅଖଣ୍ଡତା ପାଇଁ ତାଙ୍କର ସଂଗ୍ରାମ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କର ଜୀବନାଦର୍ଶ ଓ ବଳିଦାନ ଭାରତର ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ବିଧାୟକ ଶ୍ରୀ ନାଏକଙ୍କ ସଫଳ ନେତୃତ୍ୱ ଏବଂ ସକ୍ରିୟ ଉପସ୍ଥିତିରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦଳୀୟ କର୍ମୀମାନେ ଡ଼. ମୁଖାର୍ଜୀଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ଓ ରାଷ୍ଟ୍ର ସେବାରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ନେଇଥିଲେ। ଏଥିସହ ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେନ୍ଦେଇପଶି ମଣ୍ଡଳ, ପାଟଣା ମଣ୍ଡଳ ଏବଂ ଖିରେଇଟାଙ୍ଗିରି ମଣ୍ଡଳ ରେ ମଧ୍ୟ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କର ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ଦେଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ସମଗ୍ର ପାଟଣା ଅଞ୍ଚଳରେ ଶ୍ରଦ୍ଧା ଓ ଭକ୍ତିର ସହ ଡ଼. ମୁଖାର୍ଜୀଙ୍କ ପୁଣ୍ୟତିଥି ପାଳିତ ହୋଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *