ତହସିଲ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଚୋରି

ମାଲକାନଗିରି : ମାକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ପରିସରରୁ ଗତକାଲି ରାତ୍ରରେ ଦୁର୍ବୁତମାନେ ଏକ ରକ୍ତଚନ୍ଦନ ଗଛକୁ କାଟି ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି । ଦୀର୍ଘ ୨୦ ବର୍ଷ ହେବ ଏହି ଗଛଟିକୁ କିପରି ଚୋରି କରି ନେଲେ, ସେଥିନେଇ ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ବନ୍ଧରେ କାର୍ଯ୍ୟାଳୟ ତରଫରୁ ବନ ବିଭାଗ ଓ ପୁଲିସକୁ ଜଣାଇ ଦିଆ ଯାଇଥିବା ସୁଚନା ମିଳିଛି ।

ପ୍ରକୃତ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଚିତ୍ରକୋଣ୍ଡା ତହସିଲଦାରଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ତହସିଲ କାର୍ଯ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ହୋଇଥିବା ବେଳେ ଏହି କାର୍ଯ୍ୟାଳୟରେ ହଜାର ହଜାର ଲୋକଙ୍କ ଜମିଜମା ସଂକ୍ରାନ୍ତୀୟ ମାମଲା ରହିଥାଏ । ରାତ୍ର ଜଗୁଆଳି ଥିବା ବେଳେ ଚନ୍ଦନ ଗଛ କିପରି ଚୋରି ହେଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *